ଲିଜ୍ ନଥାଇ ଚାଲିଛି ବେଆଇନ ବ୍ଲାଷ୍ଟିଂ ସଙ୍କଟରେ ପଶୁପକ୍ଷୀ, ପ୍ରତିକାର ଦାବି
ବୁଗୁଡ଼ା : କୌଣସି ଲିଜ୍ ନଥାଇ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ·ଲୁଛି । ପ୍ରତିଦିନ ଟ୍ରିପ ଟ୍ରିପ ପଥର ବୁହା ହୋଇ ବେଆଇନ ଭାବେ ଏମିତି କାମ ବୁଗୁଡ଼ା ଅଞ୍ଚଳରେ ଚାଲିଛି । ବଗୁଡ଼ା ବ୍ଲକ ମାଣିତରା ଗ୍ରାମ ନିକଟରେ ଥିବା ଭାଲୁ ପାହାଡ଼ରେ ·ଲିଛି ଏପରି ବ୍ଲାଷ୍ଟିଂ । ଏହି ପାହାଡ଼ କାହାକୁ ଲିଜ ଦିଆ ଯାଇନଥିଲେ ମଧ୍ୟ ମାଫିଆ ଗୋଷ୍ଠୀ ଏଠାରେ ବେଅ ।ଇନ ବ୍ଲାଷ୍ଟିଂ କରି ଟ୍ରାକ୍ଟରରେ ପଥର ·ଲାଣ କରୁଥିବା ଦେଖିବାକୁ ମିଳିଛି । ଉକ୍ତ ପାହାଡ଼ରେ ବହୁ ସଂଖ୍ୟକ ମୟୂର ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପାହାଡ଼ ଲିଜ ଦିଆଯାଉନଥିବା ବେଳେ ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରି ଚୋରା ·ଲାଣ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକ୍ ସମୟରେ ପୁଲିସ୍ କିମ୍ବା ପ୍ରଶାସନ ପହଞ୍ଚୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ବନ ବିଭାଗ କର୍ମ·ରୀ ଘଟଣା ସ୍ଥଳରୁ ବେଲ·, କଡେଇ ଆଦି ଜବତ କରିଥିଲା । ରବିବାର ସକାଳେ ବନ ବିଭାଗ ଓ ତହସିଲ କର୍ମ·ରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ପୂର୍ବରୁ ସୂଚନା ପାଇ ମାଫିଆମାନେ ସେଠାରୁ ଚମ୍ପଟ ମାରିଥିଲେ । ଫଳରେ ସେଠାରେ ପଡ଼ିଥିବା ଗୋଟିଏ ଟ୍ରାକ୍ଟର ଟାୟାର ପୋଡି ନଷ୍ଟ କରିବା ଛଡା ଆଉ କିଛି କରି ପାରିନଥିଲେ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କହିଥିଲେ । ମାଇନିଙ୍ଗ ବିଭାଗ ଅଧୀନରେ ଆସୁଥିବା ଉକ୍ତ ପାହାଡ଼ର ସୁରକ୍ଷା ପାଇଁ ମାଇନିଙ୍ଗ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମ·ରୀ ବୁଗୁଡ଼ାରେ ରହୁ ନଥିବାରୁ ମାଫିଆମାନେ ସକ୍ରିୟ ହୋଇ ଉଠୁଥିବା ଅଭିଯୋଗ ହେଉଛି । ହଜାର ହଜାର ସଂଖ୍ୟାରେ ମୟୁର ବାସ କରୁଥିବା ଏହି ପାହାଡ଼ରେ ବେଅ ।ଇନ ବ୍ଲାଷ୍ଟିଂ ଯୋଗୁଁ ପଶୁପକ୍ଷୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି । ପ୍ରଚଣ୍ଡ ଶବ୍ଦ ଯୋଗୁଁ ଭୟରେ ମୟୂରମାନେ ଉକ୍ତ ସ୍ଥାନ ଛାଡି ·ଲିଯାଉଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛିି ।